ରାଜ୍ୟ

ବାତ୍ୟା ମୁକାବିଲା ପାଇଁ ନିୟୋଜିତ ହେବେ ୧୭ ଓଡ଼୍ରାଫ ଟିମ୍‌

ଭୁବନେଶ୍ୱର: ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପୁରା ସଜାଗ ଅଛନ୍ତି । ଏଥିଲାଗି ୧୦ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୧୭ ଓଡ୍ରାଫ ଟିମ ନିୟୋଜିତ ହେବେ । ଏଥି ମଧ୍ୟରୁ ଗଞ୍ଜାମରେ ୧ ଟିମ, ପୁରୀରେ୨ ଟିମ, ଜଗତସିଂହପୁରରେ ୨ ଟିମ, କେନ୍ଦ୍ରାପଡ଼ାରେ ୨ ଟିମ ନିୟୋଜିତ ହେବେ । ସେହିପରି କଟକରେ ୧ ଟିମ, ଖୋର୍ଦ୍ଧାରେ ୨ ଟିମ, ଯାଜପୁରରେ ୧ ଟିମ, ଭଦ୍ରକରେ ୨ ଟିମ, ବାଲେଶ୍ୱରରେ ୨ ଟିମ ଓ ମୟୁରଭଞ୍ଜରେ ୨ଟିମ ହେବେ ନିୟୋଜିତ। ଏହାଛଡ଼ା କଟକର ଓଏସଏପି ବାଟାଲିଅନର ଟିମ୍ ମଧ୍ୟ ନିୟୋଜିତ ହେବେ। ତେଣେ ୩ ଓଡ୍ରାଫ ଟିମ ରିଜର୍ଭ ରଖିବା ଲାଗି ବି ନିର୍ଦେଶ ଦିଆଯାଇଛି।

ଅନ୍ୟ ପକ୍ଷରେ ବାତ୍ୟାର ମୁକାବିଲା ନେଇ ଅଧିକ ଏନଡିଆରଏଫ ଟିମ୍ ମାଗିଛନ୍ତି ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ରାଜ୍ୟରେ ବାତ୍ୟା ‘ଦାନା’ ର ମୁକାବିଲା ଲାଗି ରାଜ୍ୟ ବାହାରେ ଏନଡିଆରଏଫ ଟିମ୍ ମୁତୟନ କରିବାକୁ ବି ନିବେଦନ କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button