୨ ୟୁନିଟ ଓଡ୍ରାଫ୍ , ୨ ପ୍ଲାଟୁନ ଏନଡିଆରଏଫ୍ ମାଗିଲା ଜଗତସିଂହପୁର ପ୍ରଶାସନ
ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କୁ ୨ ୟୁନିଟ ଓଡ୍ରାଫ୍ ଓ ୨ ପ୍ଲାଟୁନ ଏନଡିଆରଏଫ୍ ମାଗିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ୨୩ରୁ ୨୬ ଚାରି ଦିନ ପାଇଁ ବର୍ଷା େଇ ସତର୍କ ଜାରି ହୋଇଥିବାରୁ ଏଭଳି ସହାୟତା ଲାଗି ଜିଲ୍ଲାପାଳ ଜେ ସୋନାଲ୍ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଗଚ୍ଛିତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଳାବଜାରୀ ରୋକିବା ପାଇଁ ସ୍ୱତନ୍ତ୍ର ମିଳିତ ଟିମ୍ ଗଠନ ହୋଇଛି । ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ବାତିଲ ହୋଇଛି । ସବୁ ସ୍ଥାନରେ ସତର୍କ ରହିବାକୁ ବ୍ଲକ୍ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ବାତ୍ୟା ଆଶ୍ରୟ ସ୍ଥଳକୁ ଚେକ୍ କରାଯାଇଛି । ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ସବୁ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଜାରି ରହିଛି । ପାନୀୟ ଜଳ ସୁବିଧା ରହିଛି । ଖାଦ୍ୟର ଅଭାବ ନ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ୨୬ଟି ପାୱାର ବୋଟ ରହିଛି । ଜିଲ୍ଲାରେ ଓଡିଆରଏଫ୍ ଟିମ୍ ଅଛନ୍ତି । ଦରକାର ପଡ଼ିଲେ ୨ଟି ଏନଡିଆରଏଫ୍ ଟିମ୍ ଆସିବେ । ବିଦ୍ୟୁତ୍ ବିଭାଗ ସହ ଆଲୋଚନା ଶେଷ ହୋଇଛି । ବିଶେଷ କରି କୁଜଙ୍ଗ,ବାଲିକୁଦା,ଏରସମା, ପାରାଦୀପକୁ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲାପାଳ କହିଛନ୍ତି ।