ରାଜ୍ୟ

୨୩ରେ ବାତ୍ୟା : ସତର୍କ କଲା ଏସଆରସି

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ବାତ୍ୟା ସମ୍ଭାବନା । ୨୪ରେ ଓଡିଶା ଛୁଇଁବ । ଏନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏକ୍ସ ହ୍ୟାଣ୍ଡେଲରେ ଅବଗତ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଏସଆରସି । ତେବେ ଏହା ବଡ଼ ଧରଣର ହେବ କି ନା ସେନେଇ କୌଣସି ସୂଚନା ଦିଆଯାଇନାହିଁ। ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏଥିପାଇଁ କାଲିଠାରୁ ମତ୍ସଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ମନା କରାଯାଇଛି ।

ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ବାତ୍ୟାର ରୂପ ନେଇପାରେ । ୨୪ ତାରିଖ ସକାଳ ସୁଦ୍ଧା ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ୨୨ ସକାଳ ସୁଦ୍ଧା ଏହା ଅବପାତର ରୂପ ନେବା ବେଳେ ୨୩ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ । ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ ବୋଲି ସୂଚାଇ ଦିଆଯାଇଛି ।

ତେବେ ଏହା ପ୍ରକୃତରେ କେଉଁଠି ସ୍ପର୍ଶ କରିବ,ଗତିପଥ କେଉଁଆଡେ ରହିବ? କେଉଁ ଆଡକୁ ଏହାର ପ୍ରଭାବ ରହିବ ସେନେଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ଅଧିକ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା କାଲି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଉଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ୨୩ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button