ହରିୟାଣାର ଜ୍ୱାଇଁ ହେବେ ଶିବରାଜଙ୍କ ପୁଅ
ନୂଆଦିଲ୍ଲୀ: ହରିୟାଣାର ଜ୍ୱାଇଁ ହେବେ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ ପୁଅ କାର୍ତ୍ତିକେୟ । ସେମାନଙ୍କର ନିର୍ବନ୍ଧ ଶେଷ ହୋଇଛି। ସେ ଦେଶର ପ୍ରସିଦ୍ଧ ଲିବର୍ଟି ଜୋତା କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁପମ ବଂସଲଙ୍କ ଝିଅଙ୍କୁ ବିବାହ କରିବେ।
ଅନୁପମ ବଂସଲ ପରିବାରର ସବୁଠାରୁ କନିଷ୍ଠ। ତାଙ୍କର ବଡ ଭାଇ ହେଉଛନ୍ତି ଶ୍ୟାମି ବଂସାଲ, ସେ କମ୍ପାନିର ଏମଡି ଅଟନ୍ତି। ଏନେଇ ସେପ୍ଟେମ୍ବର ମାସରେ ଶିବରାଜ ସୂଚନା ଦେଇଥିଲେ। ବଡ଼ପୁଅର ନିର୍ବନ୍ଧ ହେବାର ଗୋଟିଏ ଦିନ ପୂର୍ବରୁ ଶିବରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୁଇ ପୁଅଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଶିବରାଜଙ୍କ ପତ୍ନୀ ସାଧନା ଏବଂ ଉଭୟ ପୁଅ କାର୍ତ୍ତିକେୟ ଏବଂ କୁନାଲ ଉପସ୍ଥିତ ଥିଲେ। ସେହିପରି ଶିବରାଜଙ୍କ ସାନପୁଅ କୁନାଲ ସିଂ ଚୌହାନଙ୍କର ନିର୍ବନ୍ଧ ଚାରିମାସ ପୂର୍ବରୁ ହୋଇଥିଲା। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କୁନାଲ ଡାକ୍ତର ଇନ୍ଦ୍ରମଲ ଜୈନଙ୍କ ନାତୁଣୀ ରିଦ୍ଧି ଜୈନଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ରିଦ୍ଧି ଏବଂ କୁନାଲ ଏକାଠି ଅଧ୍ୟୟନ କରୁଥିଲେ। ଏବେ ବଡ଼ ପୁଅର ନିର୍ବନ୍ଧ ଶେଷ ହୋଇଛି। କିଛି ଦିନ ପରେ ଉଭୟ ପୁଅଙ୍କର ବିବାହ ଧୂମଧାମ୍ରେ ଅନୁଷ୍ଠିତ ହେବ।