ରାଜ୍ୟ

ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ମୃତକ କଏଦୀ ଜଣକ ହେଲେ ବିଦ୍ୟାଧର ଗୁରୁ । ବିଦ୍ୟାଧରଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବିଦ୍ୟାଧରଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ନେଇ ତାଙ୍କ ସ୍ତ୍ରୀଙ୍କୁ ଜେଲ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ହସ୍ପିଟାଲରେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି । ପରିବାର ପକ୍ଷରୁ ବିଦ୍ୟାଧରଙ୍କୁ ହତ୍ୟା କରାଯଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଗତ ଅକ୍ଟୋବର ୫ରେ ବ୍ରାଉନସୁଗାର ମାମଲାରେ ଏକ୍ସସାଇଜ ଥାନା ଗିରଫ କରିଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button