ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର
ଭୁବନେଶ୍ୱର: ରାଜରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର । କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜରାସ୍ତାରେ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି ପଚରାଉଚରା ଚଳାଇଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଇଞ୍ଜିନିୟର ହୋଇଥିବା ଜଣାପଡିଛି ।
ଭାରତୀୟ ତଟ ସୁରକ୍ଷା ବା ଇଣ୍ଡିଆନ କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ଗତକାଲି ରାତିରେ ନୟାପଲ୍ଲୀ ବେହେରା ସାହି କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୁଟର୍ଣ୍ଣ କରିବାକୁ ଟ୍ରାଫିକ ସିଗନାଲରେ ଅଟକି ଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଆସି ଡିଆଇଜିଙ୍କ କାର ସାମ୍ନାରେ ବାଇକ ରଖି ସାଇଟ୍ ଦେବା ପାଇଁ ଇସାରା ଦେଇଥିଲେ । ଏହାକୁ ନେଇ ଦୁଇ ଯୁବକ ଏବଂ ଡିଆଇଜିଙ୍କ ମଧ୍ୟରେ ବଚସା ହୋଇଥିଲା । ଦୁଇ ମଦ୍ୟପ ଯୁବକଙ୍କ ମଧ୍ୟରେ ଜଣେ ଗାଡିରୁ ଓହ୍ଲାଇ ଆସି ଡିଆଇଜିଙ୍କୁ ଅଶାଳୀନ ଭାବେ ଗାଳି ଗୁଲଜ କରିଥିଲା । ଏ ନେଇ ଥାନାରେ ସେ ଅଭିଯୋଗ କରିଥିଲେ । ଖବର ପାଇ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣାର ତଦାରଖ କରିଥିଲେ । ପରେ ପୋଲିସ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର । ତେବେ ନିକଟରେ ଭରତପୁର ଥାନାରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ଡିଆଇଜିଙ୍କୁ ଦୁର୍ବ୍ୟହାର ଘଟଣାକୁ ଗୁରୁତର ସହ ନେଇଛି ପୋଲିସ ।