ମନୋରଞ୍ଜନ

ଅଭିନେତ୍ରୀ ତମନ୍ନାଙ୍କୁ ଜେରା କଲା ଇଡି

ନୂଆଦିଲ୍ଲୀ: ଗୌହ୍ୱାଟିରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପକ୍ଷରୁ ଜେରା କରାଯାଇଛି। ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଭିନେତ୍ରୀ ତମନ୍ନାଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରିଛି ଇଡ଼ି।

୩୪ ବର୍ଷିୟା ଅଭିନେତ୍ରୀଙ୍କ ବିବୃତି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଜୋନାଲ ଅଫିସରେ ରେକର୍ଡ କରାଯାଇଛି ବୋଲି କୁହାଯାଇଛି। ତମନ୍ନା ତାଙ୍କ ବାପାମାଆଙ୍କୁ ନେଇ ଇଡି ଅଫିସ୍‌ରେ ପହଞ୍ଚିଥିଲେ। ପଚରାଉଚରା ନେଇ ତମନ୍ନା କିମ୍ବା ତାଙ୍କ ବାପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ଆଇପିଏଲ୍ ମ୍ୟାଚ୍ ବେଆଇନ ଭାବେ ଟେଲିକାଷ୍ଟ କରାଯାଇଥିଲା।ଏଥିôପାଇଁ ଭାୟାକମ୍ ୧ କୋଟି ଟଙ୍କା କ୍ଷତି ସହିଥିଲା। ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବାରୁ ତମନ୍ନା ଭାଟିଆଙ୍କୁ ଗୌହାଟୀର ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା ।

ଆପ୍ ଜରିଆରେ ଲୋକେ ୫୭ ହଜାର ଟଙ୍କା ବିନିଯୋଗ କରିବା ପରେ ପ୍ରତିଦିନ ୪ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍‌ଙ୍କ ସମେତ ୧୭ ଜଣ ବଲିଉଡ୍ ତାରକାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button