ଦେଶ- ବିଦେଶ

ଫେମିନା ମିସ ଇଣ୍ଡିଆ ଟାଇଟଲ ଜିତିଲେ ନିକିତା

ମୁମ୍ବାଇ : ଫେମିନା ମିସ ଇଣ୍ଡିଆ ୨୦୨୪ର ମୁକୁଟ ପିନ୍ଧିଲେ ମଧ୍ୟପ୍ରଦେଶର ନିକିତା ପୋରୱାଲ । ନିକଟରେ ମୁମ୍ବାଇର ୱର୍ଲିରେ ଏହାର ଗ୍ରାଣ୍ଡ ଫାଇନାଲ ଆୟୋଜିତ ହୋଇଥିଲା। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟଣ୍ଟର ୬୦ ତମ ବାର୍ଷିକୀରେ ନିକିତା ଏହି ଟାଇଟଲ ଜିତିଛନ୍ତି । ସେହିପରି ୟୁନିୟନ ଟେରିଟୋରୀକୁ ପ୍ରତିନିଧିତ୍ୱ କରୁଥିବା ରେଖା ପାଣ୍ଡେ ଏହି ଇଭେଣ୍ଟରେ ଦ୍ୱିତୀୟ ରନର ଅପ ହୋଇଥିଲେ।

ନିକିତା ଜଣେ ଅଭିନେତ୍ରୀ । ୧୮ବର୍ଷ ବୟସରୁ ସେ ଅଭିନୟ ଦୁନିଆରେ ପାଦ ଦେଇଛନ୍ତିି। ଟେଲିଭିଜନ ଆଙ୍କର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ନିକିତା। ତେବେ ସେ ଆଗକୁ ‘ଚାମ୍ବଲ ପ୍ୟାର’ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏହି ଟାଇଟଲ ଜିତିବା ପରେ ନିକିତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button