ରାଜ୍ୟ

ଏଥର ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମ୍‌ଫେଡ୍ ଘିଅ

ପୁରୀ: ଏଥର ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମ୍‌ଫେଡ୍ ଘିଅ । ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା ମିଳିଛି। ଆବଶ୍ୟକତା ଦୃଷ୍ଟିରୁ ସ୍ୱତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମ୍‌ଫେଡ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମ୍‌ଫେଡ୍ ଘିଅ ବ୍ୟବହାର କରାଯିବ। ଘିଅ ଦାମ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଛନ୍ତି। ଯଦି ଶ୍ରୀମନ୍ଦିର ଭିତରକୁ କେହି ଅନ୍ୟ ଘିଅ ନିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱରଙ୍କୁ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଖବର ପ୍ରସାରିତ ହେବା ପରେ କିଛି ଦିନ ହେଲା ହିନ୍ଦୁ ଧର୍ମାବଳମ୍ବୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଏହି ଖବରକୁ ନେଇ ଭାରତରେ ଚର୍ଚ୍ଚା ହେଉଛି। ଘଟଣା ସତ କି ଗୁଜବ ସେନେଇ ତଦନ୍ତ ଜାରି ରହିଥିବା ବେଳେ ପୁରୀ ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗତମାସ ବଡ ବୟାନ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ। ଏନେଇ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥୁବା ଘିଅକୁ ଫୁଡ୍ ସେଫ୍ଟ ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ମଧ୍ୟ ଯାଞ୍ଚ ହେବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button