ପୁଣି ମୁହାଁମୁହିଁ ପାଇଁ ସଜବାଜ ଉତ୍ତର ଓ ଦକ୍ଷିଣ କୋରିଆ
ନୂଆଦିଲ୍ଲୀ: ଗୋଟିଏ ପଟରେ ଲମ୍ବା ସମୟ ଧରି ଋଷ – ୟୁକ୍ରେନ ଭିତରେ ଯୁଦ୍ଧ ଲାଗି ରହିଛି। ଆରପଟେ ଇସ୍ରାଏଲ ଓ ଇରାନ୍ ଭିତରେ ଲାଗି ରହିଥିବା ଭୟଙ୍କର ଯୁଦ୍ଧ ଏବେ ଅଧିକ ଭୟାନକ ହେଉଛି। ଏଭଳି ସମୟରେ ଏବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପୁଣିଥରେ ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା କାରଣରୁ ଏବେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆରମ୍ଭ ହେଉଥିବା ଚର୍ଚ୍ଚା ସତ ହେବାକୁ ଯାଉଛି ବୋଲି ଏକ୍ସପଟ୍ରଙ୍କ ମତ।
ସୂଚନା ଅନୁଯାୟୀ ଯଦି ଉଭୟ ଦେଶ ଭିତରେ ଯୁଧ ଆରମ୍ଭ ହୁଏ ତେବେ ଏଥିରେ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିବ ଉତ୍ତର କୋରିଆ। କାରଣ ଏହି ଚର୍ଚ୍ଚା ଭିତରେ ନିକଟରେ ଆଣବିକ ଯୁଦ୍ଧାସ୍ତ୍ର ଗୁପ୍ତରେ ପରିକ୍ଷଣ କରିସାରିଛି ଉତ୍ତର କୋରିଆ। ଏବେ ଉତ୍ତର କୋରିଆ ପାଖରେ ୫୦ରୁ ଅଧିକ ପରମାଣୁ ବୋମା ରହିଥିବା କୁହାଯାଉଛି। ତାଛଡା ଉଭୟ ଦେଶ ଭିତରେ ଲାଗି ରହିଥିବା ଉତ୍ତେଜନା ଭିତରେ ଗୁପ୍ଭଭାବେ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ମୋଟ ଉପରେ ଆସନ୍ତା କିଛି ସପ୍ତାହ ବିଶ୍ୱବାସିଙ୍କ ପାଇଁ ଗୁରୁତୱପୂର୍ଣ୍ଣ ବୋଲି କୁହାଯାଉଛି।