ରାଜ୍ୟ

ଭସାଣି ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଏ ନେଇ କିଭଳି ଭାବେ ସୁରୁଖୁରୁରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଭସାଣି ପାଇଁ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଟ୍ରାଫିକ ଡିସିପି ତାପସ ଦାସ।

ସେ ସୂଚନା ଦେଇଛନ୍ତି ଯେ, ଆଜି ଅପରାହ୍ନ ୩ଟାରୁ ଭସାଣି ଆରମ୍ଭ ହେବ । ଏହା ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ କଟକଣା ଜାରି ହୋଇଛି। ବାଣୀବିହାର-ରାଜମହଲ ରାସ୍ତାରେ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ ରହିବ। ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ। ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଯାତ୍ରୀ। ସେହିପରି ଭସାଣି ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ। ଭସାଣି ଉତ୍ସବ ଯେପରି ସୁରୁଖୁରୁରେ ଆୟୋଜିତ ହେବ ସେଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button