ଆଜି ବିଜୟାଦଶମୀ: ସକାଳୁୁ ପୂଜାମଣ୍ଡପରେ ଭିଡ଼
ଭୁବନେଶ୍ୱର: ଆଜି ବିଜୟାଦଶମୀ। ଅସତ୍ୟ ଉପରେ ହେବ ସତ୍ୟର ବିଜୟ। ବିଜୟାଦଶମୀରେ ବିଭିନ୍ନ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ଆରାଧନା। ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ମଣ୍ଡପରେ ଭିଡ଼ ଜମାଇଛନ୍ତି। ଶାରଦୀୟ ପୂଜା ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ପୀଠ ଓ ମଣ୍ଡପରେ ନାହିଁ ନ ଥିବା ଅସମ୍ଭାଳ ଭିଡ଼ । ଭୁବନେଶ୍ୱରର ମଣ୍ଡପଗୁଡ଼ିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି। ଏହାକୁ ଦେଖିବାକୁ ୫ ଦିନ ହେଲାଣି ରାଜଧାନୀରେ ଗହଳି ଲାଗିିଛି । ସେହିପରି କଟକରେ ସୁନାରୁପାରେ ଝଟକୁଛନ୍ତି ମାଆ।
କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ଲୋକଙ୍କ ଭିଡ଼ ହେଉଛି ତ କେଉଁଠି ସୁନ୍ଦର ଆଲୋକମାଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜୟା ଦଶମୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଭଳିକି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜି ବିଜୟାଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡପମାନଙ୍କରେ ବେଶ ଭିଡ଼ ଦେଖିବାକୁ ମିଳୁଛି।