ପୁରସ୍କାର ଘୋଷିତ ୪ ମାଓବାଦୀ କଲେ ଆତ୍ମସମର୍ପଣ
ମାଲକାନଗିରି: ପୁରସ୍କାର ଘୋଷିତ ୪ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପ୍ଲାଟୁନ୍ ନମ୍ବର-୪ର ସଦସ୍ୟ ମିଡିୟମ ଭୀମା, ସୋଡି ମୁନ୍ନା, ସିଏନ୍ଏମ୍ ସଦସ୍ୟ ମୁଚାକି ଦେବା ଏବଂ ସୁଲା ମୁଚାକି। ଏମାନଙ୍କ ବିରୋଧରେ ବହୁ ହିଂସା ମାମଲା ରହିଥିବା ପୋଲିସ କହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୋଲିସ ପକ୍ଷରୁ ୨୫ହଜାର ଟଙ୍କା ଲେଖାଏଁ ଆର୍ôଥକ ରାଶି ପ୍ରଦାନ କରାଯିବା ସହ ସରକାରଙ୍କ ଆତ୍ମନିର୍ଭରଶୀଳ ଯୋଜନା ଅନୁସାରେ ଥଇଥାନ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ମାଓବାଦୀ କ୍ସଲ ଦମନ ନେଇ ଚାଲିଥିବା ଅପରେସନ୍ରେ ପୋଲିସକୁ ସଫଳତା ମିଳିବାରେ ଲାଗିଛି । ଅନ୍ୟପଟେ ମାଓବାଦୀ ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ମାଓବାଦୀମାନେ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଦେଖିବାକୁ ମିଳିଛିି। ଏହି ୪ଜଣ ମାଓବାଦୀ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ଜଣାଯାଇଛିି। ପୋଲିସ ଉପରେ ଆକ୍ରମଣ, ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ସ୍ପାଇକ୍ ହୋଲ୍ ନିର୍ମାଣ, ଲ୍ୟାଣ୍ଡମାଇନ୍ ଖଞ୍ଜିବା, ମୁଖ୍ୟରାସ୍ତାକୁ ଖୋଳିବା, ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ଭୟଭୀତ କରାଇବା ଭଳି ବହୁ ମାମଲା ଏମାନଙ୍କ ନାଁରେ ରହିଛି।