ରାଜ୍ୟ

କଟକରେ ପୂଜା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିବା ପରେ ଆଜି କଟକରେ ପୂଜାମଣ୍ଡପ ବୁଲିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀଠାରେ ଥିବା ପୂଜାମଣ୍ଡପରେ ପହଞ୍ଚିଥିଲେ । ପ୍ରତାପନଗରୀ ପୂଜାକମିଟି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏଠାରେ ମା’ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଥିଲେ। ଏଥିସହ ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଲୋକେ ଖୁବ୍ ଖୁସି ପ୍ରକାଶ କରିଛନ୍ତି। ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଠାରୁ ସେ ଗୋପାଳପୁର, ଚାଉଳିଆଗଞ୍ଜ ଖାନନଗର ଆଦି ୩୩ଟି ପୂଜାମଣ୍ଡପ ବୁଲିବେ। ମୁଖ୍ୟମନ୍ତ୍ରୀ ଖାନନଗର ପୂଜାମଣ୍ଡପକୁ ଯିବେ। ସେଠାରେ ମା’ଙ୍କ ଦର୍ଶନ କରିବା ସହ କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍ ଖାଇବେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button