ରାଜ୍ୟ

କ୍ୟାନସର ପୀଡ଼ିତଙ୍କୁ ସହାୟ ହେବ ଟପ୍ ମଡେଲ୍ ଓଡ଼ିଶା ୨୦୨୪

ଭୁବନେଶ୍ୱର: ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଭୁନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ଟପ୍ ମଡେଲ୍ ଓଡ଼ିଶା’ ୨୦୨୪ କାର୍ଯ୍ୟକ୍ରମ । ସାମାଜିକ ଅନଷ୍ଠାନ ଶ୍ରୀଶକ୍ତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଉଦ୍ଦେଶ୍ୟ କ୍ୟାନସର ପୀଡ଼ିତଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ନାରୀ ସଶସ୍ତୀକରଣକୁ ପ୍ରାଥମିକତା ଦେବା। ଆସନ୍ତା ନଭେମ୍ବର ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଓଡ଼ିଶା ଆଚିଭର୍ ଆୱାର୍ଡ, ଟପ୍ ମଡେଲ୍ ପୁରସ୍କାର ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ନିକଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ନିର୍ଦ୍ଦେଶକ ଏବଂ ସମ୍ପାଦକ ସବିତା ମହାକୁଡ଼, ସଭାପତି ସଙ୍ଗୀତା ପାଢ଼ୀ, ଉପ ସଭାପତି ପ୍ରିୟଙ୍କା ପ୍ରିୟଦର୍ଶିନୀ, ରଶ୍ମିରେଖା ଦାସ, ସୋ’ କନ୍‌ଭେନର, ବିଚାରକ ସସ୍ମିତା ଚୌଧୁରୀ, ଗାୟତ୍ରୀ ବେହେରା, ସଂଗୀତ ନିର୍ଦ୍ଦେଶକ ଗୁଡଲୀ ରଥ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ସଂପର୍କ ରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରକ ଭାବେ ରହିବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପୁପିନ୍ଦର ସିଂ ଓ ପ୍ରତିଷ୍ଠିତ ସଙ୍ଗୀତକାର ଗୁଡ୍‌ଲି ରଥ । ପ୍ରତିଯୋଗୀତାର ମୁଖ୍ୟ ଆକର୍ଷଣ ରହିବେ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button