ରାଜ୍ୟ

ଆଇପିଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ଭୁବନେଶ୍ୱର ଡିସିପି , ଗଲେ ପ୍ରତୀକ, ଆସିଲେ ପିନାକ

ଭୁବନେଶ୍ୱର: ରାଜ୍ୟ ସରକାର ରବିବାର ଆଇପିଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟର ୫୪ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି। ରାଜ୍ୟ ସରକାର ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ବଦଳି କରିଛନ୍ତି। ପ୍ରତୀକଙ୍କୁ କଟକ ଆରକ୍ଷୀ ଅଧୀକ୍ଷକ (ଗ୍ରାମାଞ୍ଚଳ) ଭାବେ ବଦଳି କରିଛନ୍ତି। ଶ୍ରୀ ସିଂହଙ୍କ ତାଙ୍କ ସ୍ଥାନରେ ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି। ଗଂଜାମ ଏସ୍‌ପି ଜଗନମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି ହୋଇଛି।

ଢ଼େଙ୍କାନାଳ ଏସ୍‌ପି ଏମ୍ ସନ୍ଦୀପ ସଂପତଙ୍କୁ ଭଦ୍ରକ, ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କୁ ଅନୁଗୁଳ, ଯାଜପୁର ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର ବଦଳି ହୋଇଛି। ସେହିପରି ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା, ଗଜପତି ଏସ୍‌ପି ସ୍ୱାତି ଏସ୍ କୁମାରଙ୍କୁ ରାୟଗଡ଼ା, ମୟୂରଭଂଜ ଏସ୍‌ପି ଏସ୍ ସୁଶ୍ରୀଙ୍କୁ ନୟାଗଡ଼, ମାଲକାନଗିରି ଏସ୍‌ପି ନୀତେଶ ୱାଧୱାନୀଙ୍କୁ ରାଉରକେଲା, ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କୁ ବାଲେଶ୍ୱର, ଏଆଇଜି ପୋଲିସ ହେଡକ୍ୱାର୍ଟରରୁ ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଛି । କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଂଜାମ ଏସ୍‌ପି ଭାବେ ବଦଳି କରାଯାଇଛି।

କୋରାପୁଟ ଏସ୍‌ପି ଅଭିନବ ସୋନକରଙ୍କୁ ଢେଙ୍କାନାଳ, ନବରଂଗପୁର ଏସ୍‌ପି ରୋହିତ ବର୍ମାଙ୍କୁ କୋରାପୁଟ, ସୁବର୍ଣ୍ଣପୁର ଏସ୍‌ପି ୟଶପ୍ରତାପ ଶ୍ରୀମଲଙ୍କୁ ଯାଜପୁର, ରାୟଗଡ଼ା ଏସ୍‌ପି ହରିଶ ବିସିଙ୍କୁ କନ୍ଧମାଳ, ଭୁବନେଶ୍ୱର-କଟକ କମିସନରେଟ୍ ଏଡିସିପି ରାମ ପ୍ରସାଦ ସାହୁଙ୍କୁ ସୁବର୍ଣ୍ଣପୁର ଏସ୍‌ପି ଭାବେ ବଦଳି ହୋଇଛି। ଆଇୟୁସିଏଡବ୍ଲୁରେ ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଜଗତସିଂହପୁର ଏସ୍‌ପି ପୋଲିସ ମୁଖ୍ୟାଳୟର ଏସ୍‌ପି ମିହିର ପଣ୍ଡାଙ୍କୁ ନବରଂଗପୁର ଏସ୍‌ପି ଓ ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ପ୍ରଶାସକ (ସୁରକ୍ଷା) ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଗଜପତି ବଦଳି ହୋଇଛି। ବରିଷ୍ଠ ପୋଲିସ ଅଧିକାରୀ ତଥା ପୋଲିସ କମିସନର ସଂଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀକୁ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ସୁରେଶ ଦେବଦତ୍ତ ସିଂଙ୍କୁ ଅବସ୍ଥାପିତ କରାଯାଇଛି।

ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ମିଳିଥିବା ବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଏସ୍‌ସିଆରବି ଏସ୍‌ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆରପି କୋଚେଙ୍କୁ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ଓଏସ୍‌ଡି ଏସ୍‌.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କୁ ରେଳବାଇ ଓ ତଟ ସୁରକ୍ଷା ଏଡିଜିପି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଏସ୍‌ସିଆରବିର ନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କ୍ରାଇମବ୍ରାଞ୍ଚ ଏଡିଜି ହୋଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button