ବିଶେଷ

ସୁନାଚେନ୍‌ର କେଶ

ମେକ୍ସିକୋ: ଆଜିକାଲି ଯୁବପିଢୀ ଭିନ୍ନ ଭିନ୍ନ ହେୟାର ଷ୍ଟାଇଲ କରିବାକୁ ପସନ୍ଦ କରୁଛନ୍ତି। ଖାସ୍‌କରି ସେଲିବ୍ରିଟିଙ୍କି ହେୟାରଷ୍ଟାଇଲକୁ ଅନୁକରଣ କରିଥାନ୍ତି ସାଧାରଣ ଲୋକେ । ମେକ୍ସିକୋର ର଼୍ୟାପର ଦାନ୍ ସୁରଙ୍କ ହେୟାରଷ୍ଟାଇଲ୍ ଏବେ ବେଶ୍ ଚର୍ଚ୍ଚାରେ। କାରଣ ନିଜର ଭିନ୍ନ ଲୁକ୍ ପାଇବା ପାଇଁ ସେ ତାଙ୍କ ହେୟାରଷ୍ଟାଇଲକୁ ସମ୍ପୂର୍ଣ୍ଣ ନିଆରା କରିଛନ୍ତି। ସେ ନିଜର କେଶ ସ୍ଥାନରେ ସୁନାର ଚେନ୍ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି। ସାଧାରଣତଃ ର଼୍ୟାପରମାନଙ୍କର ଭିନ୍ନ ଷ୍ଟାଇଲ୍ ସମସ୍ତଙ୍କୁ ଆକର୍ଷିତ କରିଥାଏ। ହେଲେ ଦାନ୍ ସୁର ଅନ୍ୟମାନଙ୍କଠାରୁ ଭିନ୍ନ ହେବା ଲାଗି ଏଭଳି ଏକ ପନ୍ଥା ଆପଣେଇଛନ୍ତ।

ଦାନ୍ ସୁର ନିଜର ସୁନ୍ଦର କେଶ ସ୍ଥାନରେ ସୁନା ଚେନ୍ ପ୍ରତିରୋପଣ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କର ଖପୁରି ଉପର ଚର୍ମରେ ହୁକ୍ ଓ ଚର୍ମ ଭିତରେ ହୁକ୍ ଲଗାଇ ଏହି ଚେନ୍ ସବୁ ପ୍ରତିରୋପଣ କରିଛନ୍ତିି। ଏଭଳି ପ୍ରତିରୋପଣରେ ସଂକ୍ରମଣ, ଖପୁରିରେ ଜ୍ୱଳନର ଆଶଙ୍କା ରହିଛି। ଏହା ଆଦୌ ନିରାପଦ ନୁହେଁ ବୋଲି ପ୍ଲାଷ୍ଟିକ୍ ସର୍ଜନ ମଧ୍ୟ ପ୍ରକାଶ କରିଛନ୍ତି। ଏହାଦ୍ୱାରା ବାହାରର ବ୍ୟାକ୍ଟେରିଆ ସହଜରେ ଶରୀରକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ତା’ସହ ଖପୁରି ଚର୍ମ ତଳେ ଥିବା ହୁକ୍ ଓଜନିଆ ଚେନ୍‌କୁ ଧରି ରଖିଥିବାରୁ ଖପୁରି ପ୍ରତି ବିପଦ ସୃଷ୍ଟି କରିପାରେ। ଏମିତି କି ପରମାନେଣ୍ଟ ହେୟାର କ୍ଷତିଗ୍ରସ୍ତ ମଧ୍ୟ ହୋଇପାରେ। ଏତେସବୁ ରିସ୍କ ଥାଇ ବି କେବଳ ଭିନ୍ନ ଲୁକ୍ ପାଇବା ପାଇଁ ସେ ଏଭଳି କରିବାକୁ ପଛେଇ ନାହାନ୍ତି ।

The Aarnika

Leave a Reply

Your email address will not be published. Required fields are marked *

Back to top button