ରାଜ୍ୟ

ଆନ୍ଧ୍ର ପଥର ଖଣି ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶ ପଥର ଖାଦାନ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ୮କୁ ବଢିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା । ପୂର୍ବରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଗଞ୍ଜାମଜିଲ୍ଲା ଧରାକୋଟ ବ୍ଳକର ଦୁଇ ଜଣ ଶ୍ରମିକ ଥିବା ସୂଚନା । ଜଣେ ବାହାଡା ଗୁଡା ଗ୍ରାମର ୪୫ ବର୍ଷୀୟ ମୂଷା ଜେନା ହୋଇଥିବା ବେଳେ ଅନ୍ୟ ଜଣେ ନୂଆଁ କସେଇ ଗ୍ରାମର ସନ୍ତୋଷ ଗୌଡ଼।

ସେପଟେ ଆନ୍ଧ୍ର ପ୍ରଦେଶରେ ମୃତକଙ୍କ ପରିବାର ବର୍ଗଙ୍କୁ ୧୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପଥର ଖଣି ମାଲିକ ଏହି ଟଙ୍କା ପ୍ରଦାନ କରିବାକୁ ଆନ୍ଧ୍ର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ତେବେ ଗତକାଲି ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଦିଗପହଣ୍ଡିର ୪ ଜଣ ଓ ମୋହନାର ୨ ଜଣ ଶ୍ରମିକ । କାମ କରୁଥିବା ବେଳେ ହାଠତ ବିସ୍ଫୋରଣ ହୋଇଥିଲା ଓ ଏଥିରେ ଚାପି ହୋଇଯାଇଥିଲେ ଶ୍ରମିକ । ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ଶ୍ରମିକମାନେ କାମ କରୁଥିଲେ । ଏମାନଙ୍କ ମଧ୍ୟରୁ ୧୮ ଜଣ ଓଡ଼ିଆ ଶ୍ରମିକ ଥିଲେ । କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା । ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ପଥରଖଣିରେ ଦୁର୍ଘଟଣା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣା ନେଇ ବିସ୍ତୃତ ସୂଚନା ଉପଲବ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତରମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button