ବାତ୍ୟା ମୁକାବିଲା ନେଇ ୬ ଆଇଏଏସଙ୍କୁ ଦିଆଗଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର : ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପୁରା ସଜାଗ ଅଛନ୍ତି । ଏଥିଲାଗି ଆଉ ୬ ଆଇଏଏସଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ-ବାଲେଶ୍ୱର, ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ ଦାୟିତ୍ୱ ଦିଆଯାଇଛି। ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ଦିଆଯାଇଛି। ଏହି ଆଇଏଏସ ଅଧିକାରୀମାନେ ସଂପୃକ୍ତ ଜିଲାରେ ଉଦ୍ଧାର, ରିଲିଫ କାର୍ଯ୍ୟ ତଦାରଖ କରିବେ। ପୂର୍ବରୁ ସଂପୃକ୍ତ ଜିଲାରେ ଜିଲାପାଳ ଥିଲେ ଏହି ୬ ଆଇଏଏସ।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗ ମୁହାଁ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।