ଦେଶ- ବିଦେଶ

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ

ଆମେରିକା: ଅଚାନକ ମାଡି ଆସିଲା ଭୟଙ୍କର ଘୂର୍ଣ୍ଣିଝଡ଼। ଆଉ ସବୁ କିଛି ଛାରଖାର କରିଦେଲା। ଯେଉଁଥିରେ ବଡ଼ ବଡ଼ କୋଠା ମଧ୍ୟ ଭାଙ୍ଗିଗଲା। ଆଉ ଏହି ଘୂର୍ଣ୍ଣିଝଡ଼ ଏତେ ଭୟଙ୍କର ଥିଲା ଯେ, ୨୭ ଜଣଙ୍କର ଜୀବନ ଚାଲିଗଲା। ସେପଟେ ଏବେ ବି ଆହୁରି ୧୨ରୁ ଅଧିକ ଲୋକ ହସ୍ପିଟାଲ ବେଡରେ ଜମରଣ ସହ ଲଢେଇ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ଥିଲା କି, ଏହି ଘୂର୍ଣ୍ଣିଝଡ଼ର ପ୍ରକୋପ ଏତେ ଥିଲା ଡକି ପାଖାପାଖି ୫ ହଜାର କୋଠା କ୍ଷତିଗ୍ରସ୍ତ ହୋଇଛି।

ଏବଂ ଯେଉଁଥିରେ ୨୭ ଜଣଙ୍କର ଜୀବନ ଚାଲିଯାଇଛି। ହଁ ଆମେରିକାରେ ଘୂର୍ଣ୍ଣିଝଡ଼ ନେଇଛି ୨୭ ଜୀବନ। କେଣ୍ଟୁକି ଓ ମିସୌରୀର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। କୋଠା ଘର ସମେତ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁୁଡି ପଡିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button