ଛନ୍ଦି ହେଲା ୨ ପାରାସୁଟ୍ : ସମୁଦ୍ରକୁ ଖସି ପଡ଼ିଲେ ୨ ଅଧିକାରୀ

ବିଶାଖାପଟ୍ଟନମ୍ : ପାରାସୁଟ୍ରୁ ଖସିପଡ଼ିଲେ ନୌସେନାର ୨ ଅଧିକାରୀ । ଅପରେସନାଲ ଡେମୋଷ୍ଟ୍ରେସନର ରିହର୍ସଲ ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାରତୀୟ ନୌସେନାର ୨ ଜଣ ଅଧିକାରୀ ପାରାସୁଟ୍ ଅବତରଣ ବେଳେ ପରସ୍ପର ମଧ୍ୟରେ ଫସି ଯାଇଥିଲେ, ଯେଉଁଥିରେ ସେ ବିଶାଖାପଟ୍ଟନମ୍ର ରାମକୃଷ୍ଣ ବିଚ୍ର ପାଣିରେ ଖସି ପଡ଼ି ଥିଲେ। ସୌଭାଗ୍ୟବଶତଃ ଦୁଇ ଅଧିକାରୀ ବର୍ତ୍ତି ଯାଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ପୂର୍ବୀୟ ନୌସେନା ଦାୟିତ୍ୱର ଅପରେସନଲ ଡେମୋଷ୍ଟ୍ରେସନର ପ୍ରସ୍ତୁତି ଚାଲୁଥିଲା। ଏହି ସମୟରେ ଉଭୟ ଅଧିକାରୀ ପାରାସୁଟ୍ ନେଇ ଆକାଶରେ ଉଡ଼ୁ ଥିଲେ। ଏଥିରୁ ଜଣଙ୍କ ପାଖରେ ରାଷ୍ଟ୍ରୀୟ ଧ୍ୱଜା ବି ଥିଲା। କିନ୍ତୁ ଅବତରଣ ବେଳେ ତାଙ୍କର ପାରାସୁଟ୍ ଉଭୟଙ୍କ ଭିତରେ ଛନ୍ଦି ହୋଇ ଯାଇଥିଲା । ପରେ ସେମାନେ ସିଧା ସମୁଦ୍ରକୁ ଖସି ପଡ଼ିଲେ।
ନୌସେନାର ଏକ ବୋଟ୍ ପାଖରେ ମୁତୟନ ରହିଥିଲା, ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ରିହର୍ସଲ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଭାରତୀୟ ନୌସେନାର ଅପରେସନାଲ ଡେମୋନଷ୍ଟ୍ରେସନ କଲ ଆଜି ବିଶାଖାପଟ୍ଟନମ୍ର ରମା କୃଷ୍ଣା ମଧ୍ୟରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେବେ । ଏହି ଡେମୋନଷ୍ଟ୍ରେସନରେ ନୌସେନାର ଅତ୍ୟାଧୁନିକ କ୍ଷମତାଗୁଡ଼ିକୁ ପ୍ରଦର୍ଶିତ କରାଯିବ। ଏଥିରେ ଯୁଦ୍ଧ ଜାହାଜ , ବୁଡାଜାହାଜ,ବିମାନ , ନୌସେନାର ବ୍ୟାଣ୍ଡ ଓ ମରିନ କମାଣ୍ଡୋ (ମାର୍କୋସ)ଦ୍ୱାରା ଆକର୍ଷକ ପ୍ରଦର୍ଶନ ସାମିଲ ହେବ।




