ରାଜ୍ୟ

ବାତ୍ୟା ପାଇଁ ୧୭୮ ଟ୍ରେନ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ ବାତିଲ ହୋଇଛି ଶତାଧିକ ଟ୍ରେନ। ମୋଟ ୧୭୮ଟି ଟ୍ରେନ ବାତିଲ କରାଯାଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ ବାତିଲ ହୋଇଛି। ସେଥିମଧ୍ୟରୁ ଅପ ଟ୍ରେନ ୮୫ ଏବଂ ଡାଉନ ଟ୍ରେନ ୯୩ଟି ରହିଛି। ସେସବୁ ଟ୍ରେନ୍ ମଧ୍ୟରୁ ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ୱର ବାତିଲ ହୋଇଛି। ସେହିପରି ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ ବାତିଲ ହୋଇଛି।ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର ମଧ୍ୟ ବାତିଲ ହୋଇଛି। ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚୋରୀ-ଭୁବନେଶ୍ୱର ଟ୍ରେନ୍ ମଧ୍ୟ ବାତିଲ ହୋଇଛି।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇାପାରେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button