ରାଜ୍ୟ

ବାତ୍ୟାରେ୧,୭୫,୦୦୦ ଏକର ଫସଲ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବେଶୀ କ୍ଷତିଗ୍ରସ୍ତ ହୋଇଛି କୃଷିକ୍ଷେତ୍ର । ବର୍ତ୍ତମାନ ସୁଦ୍ଧା ହୋଇଥିବା ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ୧,୭୫,୦୦୦ ଏକର ଫସଲ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳୀରେ ପାଖାପାଖି ୮ ଲକ୍ଷ ଲୋକଙ୍କୁ ରଖାଯାଇଛି। ଆମେ ଲୋକଙ୍କୁ ସଫଳତାର ସହିତ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲୁ। ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ସେଠାରେ ସୁରକ୍ଷିତ ଅଛନ୍ତି। କିଛି ଲୋକ ଅନୁମତି କ୍ରମେ ଘରକୁ ଯାଇଛନ୍ତି। ସମସ୍ତ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାସ୍ତା ଅବରୋଧ କାମ ସରିଯାଇଛି। ବିଦ୍ୟୁତ କାମରେ ସାମାନ୍ୟ ବିଳମ୍ବ ହୋଇଛି। ବର୍ଷା ବାଧକ ସାଜିବାରୁ ବିଦ୍ୟୁତ ମରାମତି କାମ ପୂରା ହୋଇପାରି ନାହିଁ। ବାତ୍ୟା ପୂର୍ବରୁ ୨୨.୪୨ ଲକ୍ଷ ଘରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ସେହିପରି ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳିଛି। ଯେଉଁମାନଙ୍କୁ ମେଡିକାଲରେ ରଖାଯାଇଥିଲା, ସେମାନଙ୍କୁ ଭଲ ଚିକିତ୍ସା ଯୋଗାଇ ଦିଆଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ରଖାଯାଇଥିଲା, ଏବେବି ସେମାନେ ସୁରକ୍ଷିତ ଅଛନ୍ତି। ବାତ୍ୟା ସମୟରେ ୨୨୦୦ ଗର୍ଭବତୀ ମହିଳା ପିଲା ଜନ୍ମ କରିଛନ୍ତି। ୧୮ ଜଣ ମା ଯାଆଁଳା ଶିଶୁ ଜନ୍ମ କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button