ଦେଶ- ବିଦେଶ

ପତ୍ନୀଙ୍କ ନିଆରା ଉପାୟ: ୧୧ ବର୍ଷ ହେଲାଣି ପତିଙ୍କ ମୁହଁରେ ଲଗାଇଛନ୍ତି ପିଞ୍ଜରା

ନୂଆଦିଲ୍ଲୀ: ନିଶା ଅନେକ ଘର ଏବଂ ପରିବାରକୁ ନଷ୍ଟ କରିଦେଇଥାଏ। ଏଥିଲାଗି ନିଜ ନିଜ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ପ୍ରତ୍ୟେକ ସରକାର ଅଣ୍ଟା ଭିଡ଼ିଥାନ୍ତି । ତେଣୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ନିଶା ନିବାରଣ କେନ୍ଦ୍ର। ଉଦ୍ଦେଶ୍ୟ ହେଉଛି ନିଶା ଛାଡ଼ି ପାରୁନଥିବା ଲୋକଙ୍କୁ ନିଶା ମୁକ୍ତ କରାଇବା । ସେମାନଙ୍କ ଭବିଷ୍ୟତ ଜୀବନକୁ ସୁଧାରିବା । କେବଳ ପୀଡିତ ବ୍ୟକ୍ତି ନୁହେଁ ବରଂ ତାଙ୍କ ପରିବାର ମଧ୍ୟ ନିଶା ଛାଡିବା ପାଇଁ ବହୁତ ସଂଘର୍ଷ କରନ୍ତି। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏ କି ନିଜ ସ୍ୱାମୀଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇବା ପାଇଁ ନିଆରା ଉପାୟ ଆପଣାଇଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ମୁହଁରେ ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୧ ବର୍ଷ ହେଲାଣି ଏକ ପିଞ୍ଜରା ଲଗାଇଛନ୍ତି ।

ତୁର୍କିର ବାସିନ୍ଦା ଇବ୍ରାହିମ୍ ୟୁସେଲ୍ । ଇବ୍ରାହିମ୍ ବହୁତ ଧୂମ୍ରପାନ କରନ୍ତି । ଧୂମପାନ ଛାଡ଼ିବା ପାଇଁ ଘରଲୋକ ବହୁତ ଚେଷ୍ଟା କରିଥିଲେ । ପ୍ରତିବର୍ଷ ତାଙ୍କ ତିନି ପିଲାଙ୍କ ଜନ୍ମଦିନ ଏବଂ ତାଙ୍କ ବିବାହ ବାର୍ଷିକୀରେ, ସେ ଧୂମପାନ ଛାଡ଼ିବାକୁ ପ୍ରତିଶ୍ରୁତି ଦେଉଥିଲେ । ହେଲେ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତିକୁ ଭୁଲି ଯାଇ ଧୂମପାନ କରୁଥିଲେ । ଘରଲୋକ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କିଛି ଶୁଣି ନ ଥିଲେ । ତେଣୁ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀ ଏକ ନିଆରା ଉପାୟ ଆପଣାଇଲେ ।

ସେ ଇବ୍ରାହିମଙ୍କ ମୁହଁରେ ଲୁହାର ଏକ ପିଞ୍ଜରା ଲଗାଇଦେଲେ । ଆଉ ଚାବିକୁ ନିଜ ପାଖରେ ଲୁଚାଇ ରଖିଲେ । ପ୍ରଥମେ ପ୍ରଥମେ ପିଞ୍ଜରା କିଛି ସମୟ ପାଇଁ ଖୋଲିଲେ ଇବ୍ରାହିମ୍ ଲୁଚିକି ମଧ୍ୟ ଧୂମ୍ରପାନ କରିଦେଉଥିଲେ । ତେଣୁ ତାଙ୍କ ସ୍ତ୍ରୀ ଆଉ ପିଞ୍ଜରାର ତାଲା ଖୋଲିଲେ ନାହିଁ । ଇତିମଧ୍ୟରେ ୧୧ ବର୍ଷ ବିତିଗଲାଣି । ଇବ୍ରାହିମ ଜୁଆଡ଼େ ଗଲେ ବି ମୁହଁରେ ପିଞ୍ଜରା ଲଗାଇ ଯାଇଥାନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button