ଦେଶ- ବିଦେଶ

ବାଇକ ଟଲିରେ ବସି କୁମ୍ଭମେଳାରେ ପହଞ୍ଚିଲେ ପରିବାରର ୧୦ ସଦସ୍ୟ

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଏହି କାରଣରୁ ବିମାନଠାରୁ ଆରମ୍ଭ କରି ଟ୍ରେନ,ବସ ଓ ଅଟୋ ରିକ୍ସା ପର୍ଯ୍ୟନ୍ତ ସବୁଥିରେ ଯାତ୍ରୀଙ୍କ ଭିଡ଼ ଲାଗି ରହିଛି। ଏହି କ୍ରମରେ ବୃନ୍ଦାବନରୁ ଆସିଥିବା ଏକ ଗାଡ଼ି ଚର୍ଚ୍ଚାରେ ରହିଛି। ଏହି ଗାଡ଼ିରେ ପରିବାରର ୧୦ଜଣ ସଦସ୍ୟ ବସି ୭୦୦ କିଲୋମିଟର ଅତିକ୍ରମ କରି ସଙ୍ଗମନଗରୀରେ ପହଞ୍ଚିିଥିଲେ।

ବୃନ୍ଦାବନରୁ ଆସିଥିବା ପରିବାର ପ୍ରୟାଗରାଜ ମହାକୁମ୍ଭ ଯାତ୍ରା ପାଇଁ ବାଇକ ସହିତ ଟଲିକୁ ଯୋଡ଼ି ଟମଟମରେ ବଦଳାଇ ଦେଇଥିଲେ। ଏହାପରେ ଉକ୍ତ ଟମଟମରେ ପରିବାର ୧୦ ଜଣ ସଦସ୍ୟ ବସି ଏଥିରେ ଯାତ୍ରା କରିଥିଲେ। ଏଭଳି ଟମଟମରେ ଯାତ୍ରା ଉକ୍ତ ପରିବାର ଭଡ଼ାରୁ ବର୍ତ୍ତିବା ପାଇଁ ନୁହେଁ ବରଂ ଏକାସାଙ୍ଗରେ ଯାତ୍ରାର ଆନନ୍ଦ ନେବା ପାଇଁ ତିଆରି କରିଥିଲେ।

ଟମଟମ ନେଇ ପହଞ୍ଚିଥିବା ପରିବାର ସଦସ୍ୟ କହ୍ନେୟା କହିଛନ୍ତି, ‘ଏକାସାଙ୍ଗରେ ହାତ ତିଆରି ଯାନରେ ବସିବାର ଅନୁଭୂତି ନିଆରା । ଆମେ ଘରୁ ସମସ୍ତେ ଏକାଠି ବାହାରି ଥିଲୁ। ପ୍ରୟାଗରାଜ ଅଭିମୁଖେ ଯାତ୍ରା ସମୟରେ ରାସ୍ତାସାରା ମଜାମସ୍ତି କରିଥିଲୁ। ଏହି ଟମଟମ ଗାଡ଼ି ହେତୁ ଆମକୁ କୌଣସି ପ୍ରକାର ଅସୁବିଧା ବି ହୋଇ ନାହିଁ। ସୁବିଧାରେ କୁମ୍ଭମେଳାରେ ପହଞ୍ଚି ମେଳାର ଆନନ୍ଦ ନେଇ ବୁଡ଼ ପକାଇବୁ ବୋଲି କହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button