ରାଜ୍ୟ

ପୋଲିସ କର୍ମଚାରୀଙ୍କ ଜୀବନ ଗଲେ ମିଳିବ ୧ କୋଟି ୬୦ ଲକ୍ଷ

କଟକ: ଓଡ଼ିଶା ପୋଲିସରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରବର୍ଗଙ୍କୁ ୧ କୋଟି ୬୦ ଲକ୍ଷ ଟଙ୍କା ଯାଏଁ ବୀମାରାଶି ପ୍ରଦାନ କରାଯିବ। ଯଦି କୌଣସି କାରଣରୁ ଭିନ୍ନକ୍ଷମ ହେଲେ ତାହାହେଲେ ସର୍ବାଧିକ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାରାଶି ପ୍ରଦାନ କରାଯିବ । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।
କଟକ ବକ୍ସିବଜାର ପୋଲିସ ମୁଖ୍ୟାଳୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଓଡିଶା ପୋଲିସ ମଧ୍ୟରେ ଏହି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଚୁକ୍ତିପତ୍ର ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ପୋଲିସ କର୍ମଚାରୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ବୀମାରାଶି, ଆକାଶମାର୍ଗରେ ଯାତ୍ରା ବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୧ କୋଟି ୬୦ ଲକ୍ଷ ଟଙ୍କା, ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହେଲେ ୧ କୋଟି ଟଙ୍କା ଏବଂ ଆଂଶିକ ଭିନ୍ନକ୍ଷମ ହେଲେ ସର୍ବାଧିକ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ବୀମା ରାଶି ପ୍ରଦାନ କରାଯିବ। ଏହାବାଦ୍ ମାଓବାଦୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ୧ କୋଟି ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଏସ୍‌ବିଆଇ ପକ୍ଷରୁ ପ୍ରଦାନ କରାଯିବ। ଏହି ଚୁକ୍ତି ଅନୁଯାୟୀ ଯେଉଁ ପୋଲିସ କର୍ମଚାରୀଙ୍କର ଏସ୍‌ବିଆଇରେ ଦରମା ଆକାଉଣ୍ଟ ରହିଛି ଏବଂ ତାହା ପୋଲିସ ଦରମା ପ୍ୟାକେଜ୍‌କୁ ରୂପାନ୍ତରିତ ହୋଇଛି ସେମାନେ ଏସ୍‌ବିଆଇରୁ ପ୍ରଦାନ କରାଯାଉଥିବା ଉପରୋକ୍ତ ସୁବିଧା ସୁଯୋଗ ପାଇ ପାରିବେ। ଯେଉଁ ପୋଲିସ କର୍ମଚାରୀଙ୍କ ଏସ୍‌ବିଆଇରେ ଦରମା ଆକାଉଣ୍ଟ ନାହିଁ, ସେମାନେ ସ୍ୱଇଚ୍ଛାରେ ନୂଆ ଆକାଉଣ୍ଟ ଖୋଲି ଏସ୍‌ବିଆଇ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାର ଲାଭ ଉଠାଇ ପାରିବେ।
ଚୁକ୍ତିପତ୍ର ସ୍ୱାକ୍ଷର ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆର.କେ. ଶର୍ମା, ଆଇ.ଜି ଯତୀନ୍ଦ୍ର କୋୟଲ, ଏଆଇଜି ଯୁଗୋଳ କିଶୋର ବନୋଥଙ୍କ ସମେତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୁର୍ôଥ, ମହାପ୍ରବନ୍ଧକ ପୁନବଲମ ମୁରୁଗାନ, ଉପ ମହାପ୍ରବନ୍ଧକ ଅନୁପ ସିହ୍ନାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button