ଦେଶ- ବିଦେଶ

ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କଲେ ଆତିଶୀ

ନୂଆଦିଲ୍ଲୀ: ବଡ଼ ବିଜୟ ହାସଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା। କାଲକାଜୀ ଆସନରୁ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ବିଜେପିର ରମେଶ ବିଧୁରୀଙ୍କୁ ୩୫୦୦ ଭୋଟରେ ପରାସ୍ତ କରିଛନ୍ତି ଆତିଶୀ। ପରାଜିତ ହୋଇଛନ୍ତି ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ। ନୂଆଦିଲ୍ଲୀ ବିଧାନସଭା ର୍ନିବାଚନମଣ୍ଡଳୀରୁ ସେ ହାରିଛନ୍ତି।

କେଜରିୱାଲ ୨୦୧୩ ମସିହାରୁ ଏହି ଆସନରେ ଅଛନ୍ତି, ଯେତେବେଳେ ସେ କଂଗ୍ରେସର ବରିଷ୍ଠ ନେତା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରି ଦିଲ୍ଲୀରେ ଆପ୍‌ର ଦଶନ୍ଧି ଧରି ଶାସନ ଆରମ୍ଭ କରିଥିଲେ। ଦିଲ୍ଲୀ ବିଧାନସଭା ର୍ନିବାଚନର ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଚିତ୍ର ଅନେକ ପରିମାଣରେ ସ୍ପଷ୍ଟ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଟ୍ରେଣ୍ଡରେ ଏକ ର୍ନିଣ୍ଣାୟକ ନେତୃତ୍ୱ ନେଇଛି। ୨୦୧୫ ମସିହାରୁ ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି (ଆପ) କ୍ଷମତାଚ୍ୟୁତ ହେବାକୁ ଯାଉଛି। ଦିଲ୍ଲୀରେ, ଯେଉଁଠାରେ ଆପ୍ ସବୁଠାରୁ ଶକ୍ତିଶାଳୀ ଥିଲା, ଏହାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସର୍ବପରି, ଏହା କିପରି ଘଟିଲା? କେଜରିୱାଲଙ୍କ ‘ଗୁରୁ’ ଏବଂ ସାମାଜିକ କର୍ମୀ ଆନ୍ନା ହଜାରେ ଏ ଭିତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କେଜରିୱାଲ ଭୁଲ ରାସ୍ତାରେ ଚାଲିଯାଇଛନ୍ତି। ଜନତାଙ୍କ ପ୍ରତି ନିଃସୱାର୍ଥପର ସେବା ହେଉଛି ଈଶ୍ୱରଙ୍କ ପୂଜା, ସେ ଏହାକୁ ବୁଝିପାରିଲେ ନାହିଁ, ଯାହା ଫଳରେ ସେ ଭୁଲ ରାସ୍ତାରେ ଚାଲିଗଲେ। ଲୋକଙ୍କ ନୂଆ ଦଳ ଉପରେ ବିଶ୍ୱାସ ଥିଲା।’ କିନ୍ତୁ ପରେ, ମଦ ଦୋକାନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ, ତାଙ୍କର (କେଜରିୱାଲ) ଭାବମୂର୍ତ୍ତି ଖରାପ ହେବାକୁ ଲାଗିଲା।

ଆନ୍ନା ଆହୁରି କହିଛନ୍ତି, ’ମୁଁ ବହୁତ ଦିନ ଧରି କହିଆସୁଛି ଯେ ର୍ନିବାଚନ ଲଢ଼ିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ର, ଭଲ ଚିନ୍ତାଧାରା ରହିବା ଉଚିତ ଏବଂ ତାଙ୍କ ଭାବମୂର୍ତ୍ତିରେ କୌଣସି ଦାଗ ରହିବା ଉଚିତ ନୁହେଁ।’ ମୁଁ ଏହା ତାଙ୍କୁ କହିଥିଲି କିନ୍ତୁ ସେ ଧ୍ୟାନ ଦେଇ ନଥିଲେ। ସେ ମଦ ଏବଂ ଟଙ୍କାରେ ଫସିଗଲେ। ଏହା ସେମାନଙ୍କର ଭାବମୂର୍ତ୍ତିକୁ ଖରାପ କରିଛି ଏବଂ ତେଣୁ ସେମାନେ ର୍ନିବାଚନରେ ହାରିଗଲେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button