ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ପ୍ରଦର୍ଶିତ ହେବ ୧୫ ଦେଶର ଚଳଚ୍ଚିତ୍ର

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁଶନ କନ୍ଫରେନ୍ସ ହଲରେ ରବିବାର ଏପ୍ରିଲ ୧୩ ତାରିଖରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ୧୧ତମ ଆନ୍ତର୍ଜାତୀୟ ଶିଶୁ/ଯୁବ ଚଳଚ୍ଚିତ୍ର ମହୋତ୍ସବ(ସିଫସି) ଅନୁଷ୍ଠିତ ହେବ। ଏନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏପରିକି ଆନ୍ତର୍ଜାତୀୟ ଶିଶୁ/ଯୁବ ଚଳଚ୍ଚିତ୍ର ମହୋତ୍ସବର ୩ ଦିନ କାର୍ଯ୍ୟକ୍ରମ ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଛି।
ଏହି ଚଳଚ୍ଚିତ୍ର ମହୋତ୍ସବରେ ୧୫ ଦେଶର ପିଲାମାନଙ୍କ ନିର୍ମିତ ୩୦ରୁ ଊଦ୍ଧର୍ବ ଫିଚର୍ ଫିଲ୍ମ, କ୍ଷୁଦ୍ର ଫିଲ୍ମ, ଡକୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ ହେବ। ଏହାସହ ବିଭିନ୍ନ ଦେଶ ବିଦେଶରୁ ଆସିଥିବା ରାଷ୍ଟ୍ରଦୂତଙ୍କ ଦ୍ୱାରା କର୍ମଶାଳା, ମାଷ୍ଟର କ୍ଲାସ ଓ ପେନାଲ ଜରିଆରେ ବିଶସ୍ତରୀୟ ପ୍ଲାଟଫର୍ମରେ ସାମିଲ ହେବା ପାଇଁ ପ୍ରଚେଷ୍ଟା ଚାଲିଥିବା ସୂଚନା ଦିଆଯାଇଛି।
ଖବରଦାତା ସମ୍ମିଳନୀରେ ଇନଷ୍ଟଚ୍ୟୁଶନର ନିର୍ଦ୍ଦେଶକ ଡି.ଶ୍ୟାମ , ଡି.ରାମ କୁମାର, ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ, ସଂସ୍ଥାପକ ଶ୍ୱତା ପରଖ, ଦେବେନ୍ଦ୍ର ବିଶି, ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଜିଲାର ଶିଶୁ/ଯୁବକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।